banner
Breaking

ରାଜ୍ୟରେ ଆଜି ପୁଣି ୫୯୧ ପଜିଟିଭ ଚିହ୍ନଟ ଓ ୩ ମୃତ।

0

ଭୁବନେଶ୍ୱର,୧୮/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୫୯୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୭୦୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩୯୪ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୯୭ଜଣ ସ୍ଥାନୀୟ ଅଞ୍ଚଳର ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୫ ଜିଲ୍ଲାରୁ ଚିହ୍ନଟ ୫୯୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୩, ବରଗଡ଼ ୩୫, ଭଦ୍ରକ ୩, ବଲାଙ୍ଗୀର ୯, ବୌଦ୍ଧ ୫, କଟକ ୩୮, ଦେବଗଡ ୩, ଢେଙ୍କାନାଳ ୯, ଜଗତସିଂହପୁର ୨୨, ଯାଜପୁର ୧୯, ଝାରସୁଗୁଡା ୫, କେନ୍ଦ୍ରାପଡା ୮, କେନ୍ଦୁଝର ୬, ଖୋର୍ଦ୍ଧା ୧୨୧, କୋରାପୁଟ ୪, ମାଲକାଗିଗରି ୮, ମୟୁରଭଞ୍ଜ ୨୨, ନବରଙ୍ଗପୁର ୨୨, ନୟାଗଡ ୧୧, ପୁରୀ ୬, ରାୟଗଡା ୧, ସମ୍ବଲପୁର ୨୦, ଓ ସୁନ୍ଦଗଡ଼ରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୭୭ ହଜାର ୮୯୩ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୬,୭୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨୫୯ଜଣ ଚିକିତ୍ସା ହେଉଥିବା ବେଳେ ୧୧,୩୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୩ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି କରେନା ପୁଣି ଆଜି ଆଉ ୩ ମୁଣ୍ଡ ନେଇଛି । ମୃତକଙ୍କ ମଧ୍ୟରୁ ଦୁଇଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଗଜପତିରୁ ବୋଲି ଜଣାପଡିଛି । ଗଞ୍ଜାମ ମୃତକଙ୍କ ମଧ୍ୟରେ ୬୩, ୬୦ ବର୍ଷର ପୁରୁଷ ହୋଇଥିବା ବେଳେ ଗଜପତିରୁ ଜଣେ ୪୮ ବର୍ଷିୟା ମହିଳା ଆକ୍ରାନ୍ତ ଅଛନ୍ତି ।ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.