banner
Breaking

ଆସନ୍ତା କାଲିଠାରୁ ଲକଡାଉନ।

0

ଭୁବନେଶ୍ବର,୧୬/୭(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୧୭ ତାରିଖ ଶୁକ୍ରବାର ରାତି ୯ଟା ରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ​ରେ ୧୪ ଦିନ ପାଇଁ ଲକ୍ ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ଆସନ୍ତାକାଲି ରାତି ୯ଟାରୁ ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ୧୪ ଦିନ ଅର୍ଥାତ ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ସମେତ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଜାରି ହେବ। ଏଥିପାଇଁ ସେ ଜନ ସହଯୋଗ କାମନା କରିଛନ୍ତି।
ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ପ୍ରତ୍ୟେକ ଦିନ ଦୋକାନ ଖୋଲା ରହିବ। କୌଣସି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବେ ନାହିଁ। ଗ୍ରୋସରୀ, ପରିବା, କ୍ଷୀରଦୋକାନ ଖୋଲାରହିବ। ଔଷଧ ଦୋକାନ ଖୋଲିବା ଉପରେ କଟକଣା ନାହିଁ। ନିର୍ଦିଷ୍ଟ ଅଫିସ ଓ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ଦିନ ଗୋଟାଏ ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ନିୟମ ମାନିବାକୁ ପଡ଼ିବ। ଲୋକଙ୍କ ଯିବାଆସିବା ବନ୍ଦ ରହିବ। ପେଟ୍ରୋଲ୍‌ ପମ୍ପ ଖୋଲା ରହିବ। କୃଷି କାର୍ଯ୍ୟ ଚାଲୁ ରହିବ।

Khansweb Solution Bhubaneswar

Leave A Reply

Your email address will not be published.