banner
Breaking

ରାଜ୍ୟରେ ଆଜି ପୁଣି ୫୪୩ ପଜିଟିଭ ଚିହ୍ନଟ ଓ ୪ ମୃତ।

0

ଭୁବନେଶ୍ବର ,୧୪/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ ରେ ପହଞ୍ଚିଛି। ଆଜି ଚିହ୍ନଟ ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୮୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ମଙ୍ଗଳବାର ଚିହ୍ନଟ ହୋଇଥିବା ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୮୮ ଜଣ ରହିଥିବା ଜଣାପଡିଛି। ସେହିପରି  ଅନୁଗୁଳିରୁ ଜଣେ, ବାଲେଶ୍ୱରରୁ ୮, ବରଗଡରୁ ୩ , ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୫, ବୌଦ୍ଧରୁ ୭, କଟକରୁ ୩୯, ଢେଙ୍କାନାଳରୁ ୨, ଗଜପତିରୁ ୨୯, ଜଗତସିଂହପୁରରୁ ୧୫, ଯାଜପୁରରୁ ଜଣେ, ଝାରସୁଗୁଡାରୁ ୬, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୨୨, ଖୋର୍ଦ୍ଧାରୁ ୮୭, ମାଲକାନଗିରିରୁ ୧୧, ମୟୁରଭଞ୍ଜରୁ ୨୨, ନୟାଗଡରୁ ଜଣେ, ପୁରୀରୁ ୭, ରାୟଗଡାରୁ ୨୪, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୫୨ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ କରୋନା ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ମଙ୍ଗଳବାର ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ଭୁବନେଶ୍ଵର ଓ କଟକରୁ ଜଣେ ଲେଖାଏ ଓ ଗଞ୍ଜାମ ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି। କଟକର ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ପ୍ରାଣ ହରାଇଥିବାବେଳେ ​‌ସେ ମୁଖ ଗହ୍ବର କର୍କଟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

ସେହିପରି ଖୋର୍ଦ୍ଧାର ଜଣେ ୪୦ ବର୍ଷୀୟା ମହିଳା, ଭୁବନେଶ୍ଵରରୁ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵରର ମୃତକ ଜଣକ ରକ୍ତ କର୍କଟରେ ଆକ୍ରାନ୍ତ ଥିଲେ। ସେହିପରି ଗଞ୍ଜାମର ମୃତକ ଜଣକ ୮୦ ବର୍ଷୀୟ ବୃଦ୍ଧ। ସେ ହୃଦ୍‌ରୋଗ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ।
ମଙ୍ଗଳବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୪ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨ୟ ସର୍ବାଧିକ ୧୨ ଜଣଙ୍କ ପ୍ରାଣହାନୀ ଘଟିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୭ ହଜାର ୨୨୬ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧୪ ହଜାର ୨୮୦ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯ ହଜାର ୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୨୧ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୪ ହଜାର ୯୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.