banner
Breaking

ରାଜ୍ୟରେ ଆଜି ପୁଣି ୫୯୫ ଚିହ୍ନଟ।

0

ଭୁବନେଶ୍ୱର, ୧୨/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୫୯୫ଜଣ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୫୯୫ଙ୍କ ମଧ୍ୟରୁ ୩୯୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୦, ଯାଜପୁର ୯୭,ଖୋର୍ଦ୍ଧାରୁ ୭୬,କୋରାପୁଟ ୪୪,ମାଲକାନଗିରି ୩୬,ଗଜପତିରୁ ୨୦,ମୟୂରଭଞ୍ଜ ୧୪,ବାଲେଶ୍ବର, କଟକ ଓ ଭଦ୍ରକରୁ ୧୧ ଲେଖାଏଁ, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ନୟାଗଡ଼ ଓ ଜଗତସିଂହପୁର ରୁ ୫ ଲେଖାଏଁ,କଳାହାଣ୍ଡି ୪, କେନ୍ଦୁଝରରୁ ଓ ବରଗଡ଼ରୁ ୩ ଲେଖା, କେନ୍ଦ୍ରାପଡା, ରାୟଗଡା, ସମ୍ବଲପୁରରୁ ୨ ଜଣ ଲେଖାଏଁ ଓ ବଲାଙ୍ଗୀରରୁ ଜଣେ ଅଛନ୍ତି।
ଅତ୍ୟାବଧି ରାଜ୍ୟରେ ମୋଟ ୩୩୪୫୨୭ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ମୋଟ ୧୩ ହଜାର ୧୨୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୬୭୭ ଜଣ ଚିକିତ୍ସା ହେଉଥିବା ବେଳେ ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.