banner
Breaking

ରାଜ୍ୟରେ ଆଜି ପୁଣି ୫୭୦ ପଜିଟିଭ ଚିହ୍ନଟ ଓ ୫ ମୃତ।

0

ଭୁବନେଶ୍ବର,୧୧/୭(ଓଡ଼ିଆ ନ୍ୟୁଜ): ରାଜ୍ୟରୁ ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୮୬ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୮ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୪୪, କଟକରୁ ୪୬,ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଝାରସୁଗୁଡାରୁ ୩୧,ଗଜପତିରୁ ୨୫, ଯାଜପୁର ୪୦,ପୁରୀ ୧୫, ଜଗତସିଂପୁର ୧୬, ଅନୁଗୁଳ ୧୧, ବାଲେଶ୍ବର ୩, ଭଦ୍ରକ ୩, ବୋଦ୍ଧ ୩, କେନ୍ଦ୍ରାପଡା ୬, କେନ୍ଦୁଝର ୧୪, କୋରାପୁଟ ୧୧, ମୟୂରଭଞ୍ଜ ୧୦ ଓ  ସମ୍ବଲପୁର ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରୁ ପୁଣି ୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲାରୁ ରହିଥିବା ବେଳେ କଟକ, ପୁରୀ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି।
ସେହିପରି କଟକ ଜିଲାରୁ ପ୍ରାଣ ହରାଇଥିବା ୪୬ବର୍ଷୀୟ ପୁରୁଷ ଥାଇରଏଡ଼ , ଡାଇବେଟିସ୍ ଓ ବ୍ଲଡ ପ୍ରେସରରେ ଆକ୍ରାନ୍ତ ଥିଲେ ।
ଭୁବନେଶ୍ୱରରୁ ପ୍ରାଣ ହରାଇଥିବା ସଂକ୍ରମିତ ମହିଳା ୫୬ ବର୍ଷର ବୋଲି ଜଣାପଡ଼ିଛି । ସେ ମଧ୍ୟ ଡାଇବେଟିସ୍‌ରେ ପିଡ଼ୀତ ଥିଲେ ।
ପୁରୀ ଜିଲାରୁ ଜଣେ ୭୦ ବର୍ଷୀୟ ପୁରୁଷ ପୂର୍ବରୁ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପିଡ଼ୀତ ଥିଲେ । ଆଜି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କୁ ମିଶାଇ ରାଜ୍ୟରେ  ମୋଟ୍ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୨୭ ହଜାର ୨୮୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧୨ ହଜାର ୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାର ୯୭୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ବର୍ତ୍ତମାନ ୪ ହଜାର ୪୭୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେହିପରି ଆଜି କେନ୍ଦ୍ରାପଡାରୁ ଜଣେ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୬୨ ବର୍ଷିୟ ମହିଳା ହୋଇଥିବା ବେଳେ ସେ ବ୍ରେନ୍ ଟ୍ୟୁମରରୁ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.