banner
Breaking

ରାଜ୍ୟରେ ଆଜି ପୁଣି ସର୍ବାଧିକ ୭୫୫ ଜଣ ପଜିଟିଭ ଚିହ୍ନଟ ଓ ୪ ମୃତ।

0

ଭୁବନେଶ୍ୱର,୧୦ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ରେକର୍ଡ଼ ଭାଙ୍ଗିଛି କରୋନା। ୫ ମାସର ଅବଧି ଭିତରେ ଆଜି ସର୍ବାଧିକ ୭୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୨୩ଟି ଜିଲ୍ଲାରୁ ଚିହ୍ନଟ ୭୫୫ ଜଣ ପଜିଟିଭ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯, କଟକରୁ ୫୫, କେନ୍ଦୁଝରରୁ ୩୨, ଗଜପତିରୁ ୩୦, ମାଲକାନଗିରିରୁ ୧୮, ନୟାଗଡ଼ରୁ ୧୬, ମୟୁରଭଞ୍ଜରୁ ୧୨, ବଲାଙ୍ଗୀରରୁ ୧୨, ପୁରୀରୁ ୧୧, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୫, ଜଗତସିଂହପୁରରୁ ୫, କୋରାପୁଟରୁ ୫, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪, ଅନୁଗୁଳରୁ ୩, ଭଦ୍ରକରୁ ୨, କନ୍ଧମାଳରୁ ୨, ସମ୍ବଲପୁରରୁ ୨, ବରଗଡ଼ରୁ ଜଣେ ଅଟନ୍ତି।

ସେହିପରି ରାଜ୍ୟରେ ଆଜି ପୁଣି ୪ଟି ମୁଣ୍ଡ ନେଇଛି କରୋନା। ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ଯଥାକ୍ରମେ ୪୧,୫୮,୪୮ ଓ ୩୨ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି ।
ଅତ୍ୟାବଧି ରାଜ୍ୟରେ ମୋଟ ୩୨୧୪୪୩ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ମୋଟ ୧୧ ହଜାର ୯୫୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୭୬ ଜଣ ଚିକିତ୍ସା ହେଉଥିବା ବେଳେ ୭୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.