banner
Breaking

ରାଜ୍ୟରେ ଆଜି ପୁଣି ୫୭୭ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର, ୯ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ସର୍ବାଧିକ ୫୭୭ ପଜିଟିଭ୍ ଚହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୫୭୭ଙ୍କ ମଧ୍ୟରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୬୦, ସୁନ୍ଦରଗଡ଼ରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ଗଜପତିରୁ ୧୭, ବାଲେଶ୍ୱରରୁ ୩୦, କଟକରୁ ୧୪, ଯାଜପୁରରୁ ୯, ଅନୁଗୁଳରୁ ୭, ଜଗତସିଂହପୁରୁ ୭, କୋରାପୁଟରୁ ୬, ବୌଦ୍ଧରୁ ୫, ପୁରୀରୁ ୫, ଢ଼େଙ୍କାନାଳରୁ ୪, ସମ୍ବଲପୁରରୁ ୩, କେନ୍ଦ୍ରାପଡ଼ାରୁ ୩, ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି, ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି।
ଅତ୍ୟାବଧି ରାଜ୍ୟରେ ମୋଟ ୩୧୪୯୮୭ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ମୋଟ ୧୦ ହଜାର ୨୦୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୨୮ ଜଣ ଚିକିତ୍ସା ହେଉଥିବା ବେଳେ ୭୦୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.