banner
Breaking

ରାଜ୍ୟରେ ଆଜି ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ ଓ ୬ ମୃତ

0

ଭୁବନେଶ୍ୱର,୮/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୫୨୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୬୨୪କୁ ବୃଦ୍ଧିପାଇଛି ।
ଆଜି ଚିହ୍ନଟ ହୋଇଥିବା ୫୨୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୮୯ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୫, ସୁନ୍ଦରଗଡ଼ରୁ ୭୮, ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୨୬, ଯାଜପୁରରୁ ୨୫, ବଲାଙ୍ଗୀରରୁ ୨୧, ନୟାଗଡ଼ରୁ ୧୮, କଟକରୁ ୧୭, ପୁରୀରୁ ୧୬, ମୟୁରଭଞ୍ଜରୁ ୧୦, କେନ୍ଦୁଝରରୁ ୭, କୋରାପୁଟରୁ ୬, କେନ୍ଦରାପଡ଼ାରୁ ୫, ସୋନପୁର ୫, ଜଗତସିଂହପୁରରୁ ୪, ଝାରସୁଗୁଡ଼ାରୁ ୪, ନୂଆପଡ଼ାରୁ ୪, ନବରଙ୍ଗପୁରରୁ ୩,ଗଜପତିରୁ ୩, ମାଲକାନଗିରିରୁ ୩, ଭଦ୍ରକରୁ ୨, ଢ଼େଙ୍କାନାଳ,ଅନୁଗୁଳ, ବରଗଡ଼,ରାୟଗଡ଼. ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ପୁଣି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ ୫୦ ,୬୪,୫୬ ବର୍ଷୀୟ, ଭୁବନେଶ୍ୱର, ରାୟଗଡା ଓ କେନ୍ଦ୍ରାପଡାରୁ ଜଣେ ଲେଖା ଅଛନ୍ତି। ସେମାନଙ୍କ ବୟସ ୫୫,୮୦ ଓ ୪୯ ବର୍ଷ ଅଟେ। ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଗଞାମରେ ମୃତ୍ୟୁ ସଂଖ୍ୟା ୨୭ରେ ପହଁଚିଛି।
ଅତ୍ୟାବଧି ରାଜ୍ୟରେ ମୋଟ ୩୦୮୬୯୮ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ମୋଟ ୧୦ ହଜାର ୬୨୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୬୦ ଜଣ ଚିକିତ୍ସା ହେଉଥିବା ବେଳେ ୬୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.