banner
Breaking

ରାଜ୍ୟରେ ଆଜି ପୁଣି ୫୭୧ କରୋନା ପଜିଟିଭ ଚିହ୍ନଟ। ପୁଣି ୪ ମୁଣ୍ଡ ନେଇଛି କରୋନା।

0

ଭୁବନେଶ୍ୱର,୭/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୫୭୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୦୯୭କୁ ବୃଦ୍ଧିପାଇଛି ।
ଆଜି ଚିହ୍ନଟ ହୋଇଥିବା ୫୭୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୬୮ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୧ ଜିଲ୍ଲାରୁ ଚିହ୍ନଟ ୫୭୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ
ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୨୮, ଭଦ୍ରକ ଜଣେ, ବଲାଙ୍ଗୀର ୫, କଟକ ୨୯, ଢେଙ୍କାନାଳ ଜଣେ, ଗଜପତି ୫୬, ଜଗତସିଂହପୁର ୧୭, ଯାଜପୁର ୧୬, ଝାରସୁଗୁଡା ଜଣେ, କେନ୍ଦ୍ରାପଡା ୩, କେନ୍ଦୁଝର ୭, ଖୋର୍ଦ୍ଧା ୩୭, ମୟୁରଭଞ୍ଜ ୧୪, ନବରଙ୍ଗପୁର୭, ନୟାଗଡ ଜଣେ, ପୁରୀ ୪, ରାୟଗଡା ୧୦, ସମ୍ବଲପୁର ୬ ଓ ସୁନ୍ଦରଗଡ଼ରୁ ୫୧ ଜଣ ଅଟନ୍ତି।
ସେହିପରି ଆଜି ପୁଣି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୪ଜଣର କରୋନାଜନିତ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି । ତେବେ କରୋନାରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩ ଓ କଟକରୁ ଜଣେ ଅଛନ୍ତି । ସେମାନଙ୍କ ବୟସ ୭୦, ୪୮, ୬୦ ଓ ୫୩ ବର୍ଷ ଅଟେ। ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଗଞାମରେ ମୃତ୍ୟୁ ସଂଖ୍ୟା ୨୪ରେ ପହଁଚିଥିବା ବେଳେ କଟକରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେହିପରି କଟକର ଜଣେ ୮୦ ବର୍ଷିୟ ଓ ମୟୁଭଞ୍ଜର ଜଣେ ୪୫ ବର୍ଷିୟ ବ୍ୟକ୍ତି କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି । ସେମାନେ କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ କ୍ୟାନସର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅତ୍ୟାବଧି ରାଜ୍ୟରେ ମୋଟ ୩ଲକ୍ଷ ୨ ହଜାର ୭୮୦ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ମୋଟ ୧୦ ହଜାର ୯୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୫୭ ଜଣ ଚିକିତ୍ସା ହେଉଥିବା ବେଳେ ୬୪୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.