banner
Breaking

ଭୁବନେଶ୍ୱରରୁ ଆଜି ପୁଣି ୧୯ ପଜିଟିଭ ଚିହ୍ନଟ।

0

ଭୁବନେଶ୍ବର,୫/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଓ ୨ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି।
କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୯ ଜଣଙ୍କ ମଧ୍ୟରେ ୨ ଜଣ ନୂଆଗାଁ ଅଞ୍ଚଳରୁ ୧୯,୮୦ ବର୍ଷୀୟ ମହିଳା,୨ ଜଣ ଘରୋଇ ହସ୍ପିଟାଲର ୨୯ପୁ,୨୭ବର୍ଷୀୟ ମହିଳା, ଆଉ ଗୋଟିଏ ଘରୋଇ ହସ୍ପିଟାଲରୁ ୨ଜଣ ୪୬,୩୨ ବର୍ଷୀୟ ପୁରୁଷ,ସେଣ୍ଟ୍ରାଲ ଗମେଣ୍ଟ ହସ୍ପିଟାଲରୁ ଜଣେ ୨୯ ବର୍ଷୀୟ ମହିଳା, ପାହାଳ ଥାନା ନିକଟରୁ ଜଣେ ୩୨ ବର୍ଷୀୟ ପୁରୁଷ ପଞ୍ଜାବ ଫେରନ୍ତା ଓ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ଜଣେ ୪୮ ବର୍ଷୀୟ କଲିକତା ଫେରନ୍ତା ଅଟନ୍ତି।
ସେହିପରି ସ୍ଥାନୀୟ ଚିହ୍ନଟଙ୍କ ମଧ୍ୟରେ ବରଗଡ଼ ନେତାଜୀ କ୍ଲବ ପାଖରୁ ଜଣେ (୨୭ପୁ),ଭରତପୁର ତେଲଗୁ ସାହିରୁ ଜଣେ(୬୦ସ୍ତ୍ରୀ), ଘାଟିକିଆ ଅଞ୍ଚଳରୁ ଜଣେ (୨୧ପୁ),ୟୁନିଟ ୪ ଅଞ୍ଚଳର ଜଣେ (୨୪ପୁ),ଘାଟିକିଆ ସିଇଟି କଲେଜ ବ୍ୟାଙ୍କ କର୍ମଚାରୀ (୨୯ପୁ), ସୁନ୍ଦରପଦା ଅଞ୍ଚଳର ଜଣେ (୩୨ପୁ),ଝାରପଡା ମହାବୀର ନଗର ଅଞ୍ଚଳରୁ ଜଣେ ବ୍ୟାଙ୍କ କର୍ମଚାରୀ (୩୦ପୁ) ଓ ପଲାସପଲ୍ଲୀ ଅଞ୍ଚଳରୁ ଜଣେ ୩୧ ବର୍ଷୀୟ ପୁରୁଷ ଅଟନ୍ତି। ଏହାସହିତ କଳ୍ପନାଛକ ଅଞ୍ଚଳରୁ ୨ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସ°ଖ୍ୟା ୪୩୩ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୫୬ ଜଣ ଚିକିତ୍ସିତ ଥିଲାବେଳେ ୨୭୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଭୁବନେଶ୍ବର ମହାନିଗମ (ବିଏମସି)ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ସ୍ଥାନୀୟ ଚିହ୍ନଟଙ୍କ ମଧ୍ୟରେ ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଲ୍ଡ ଟାଉନ ଭୀମଟାଙ୍ଗି ରୋଡର ୩୨ ବର୍ଷୀୟ ଜଣେ ଯୁବକ, ସାଲିଆ ସାହିର ୫୫ ବର୍ଷୀୟ ଜଣେ ରେଲୱେ ଷ୍ଟାଫ୍, ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି, ନୀଳଚକ୍ର ନଗରର ୧୮ ବର୍ଷୀୟ ଜଣେ ଯୁବତୀ ଅଛନ୍ତି। ସେହିପରି ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ, ନୂଆଗାଁ ଅଞ୍ଚଳରୁ ୨, ୟୁନିଟ-୧ ଅଞ୍ଚଳରୁ ଜଣେ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ବର ସହରରୁ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସ°କ୍ରମିତଙ୍କ ସ°ଖ୍ୟା ୩୪୫କୁ ବୃଦ୍ଧି ପାଇଛି। ସେଥିରୁ ୨୦୧ ସୁସ୍ଥ ହୋଇଥିବା ବେଳେ ୧୩୯ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.