banner
Breaking

ରାଜ୍ୟରେ ଆଜି ପୁଣି ୪୬୯ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ।

0

ଭୁବନେଶ୍ୱର,୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧିପାଇଛି ।
ଆଜି ଚିହ୍ନଟ ହୋଇଥିବା ୪୬୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୫୨ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୦ ଜିଲ୍ଲାରୁ ଚିହ୍ନଟ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୧, ବାଲେଶ୍ୱରରୁ ୮, ଭଦ୍ରକରୁ୧୬, କଟକରୁ ୧୩, ବଲାଙ୍ଗୀର ୩, କଟକ ୯୪, ଗଜପତି ୧୨, ଯାଜପୁର ୨୫, କଳାହାଣ୍ଡି ୨, କନ୍ଧମାଳ ଜଣେ, କେନ୍ଦ୍ରାପଡା ୫, କେନ୍ଦୁଝର ୨୫, ଖୋର୍ଦ୍ଧା ୨୭, ମାଲକାନଗିରି ଜଣେ, ମୟୁରଭଞ୍ଜ ୬, ନବରଙ୍ଗପୁର ୨, ନୟାଗଡ ୨୪, ପୁରୀ ୮, ସମ୍ବଲପୁର ୧୩, ସୁନ୍ଦରଗଡ଼ ୬୬ ଓ ଏନଡିଆରଏଫର ୪ ଜଣ ଯବାନ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଗଜପତି ଓ ଜଣେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ଗଜପତି ଜିଲ୍ଲାର ଆକ୍ରାନ୍ତ ଜଣକ ୪୦ବର୍ଷିୟ ହୋଇଥିବା ବେଳେ ସୁନ୍ଦରଗଡ଼ର ଆକ୍ରାନ୍ତଙ୍କ ବୟସ ୬୪ ବର୍ଷ ଅଟେ। ଏମାନେ କରୋନା ବ୍ୟତିତ ଡାଇବେଟିସ ରୋଗରେ ମଧ୍ୟ ପୀଡିତ ଥାଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।
ଅତ୍ୟାବଧି ରାଜ୍ୟରେ ମୋଟ ୨ଲକ୍ଷ ୯୨ ହଜାର ୪୦୭ଟି ସାମ୍ପୁଲ ପରୀକ୍ଷା କରାଯାଇଛି ।ମୋଟ ୯୦୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯୦ଜଣ ଚିକିତ୍ସା ହେଉଥିବା ବେଳେ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୮ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.