banner
Breaking

ଆଜି ପୁଣି ୪୯୫ ପଜିଟିଭ ଚିହ୍ନଟ। ୫ ମୁଣ୍ଡ ନେଲା କରୋନା।

0

ଭୁବନେଶ୍ୱର,୪/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୯୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧କୁ ବୃଦ୍ଧିପାଇଛି ।
ଆଜି ଚିହ୍ନଟ ହୋଇଥିବା ୪୯୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୪୦ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୪ ଜିଲ୍ଲାରୁ ଚିହ୍ନଟ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, ବରଗଡ଼ରୁ ଦୁଇ, ଭଦ୍ରକରୁ୧୨, କଟକରୁ ୧୩, ଢେଙ୍କାନାଳରୁ ଜଣେ, ଗଜପତିରୁ ୭, ଜଗତସିଂପୁରରୁ ୧୨, ଯାଜପୁରରୁ ଜଣେ, ଝାରସୁଗୁଡାରୁ ୮, କନ୍ଧାମାଳରୁ ୮, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୫୦, କୋରାପୁଟ ୫, ମୟୁରଭଞ୍ଜରୁ ୨୮, ନବରଙ୍ଗପୁର ୧୧, ନୟାଗଡରୁ ଜଣେ, ସମ୍ବଉଳପୁର ୬, ସୋନପୁର ୨, ସୁନ୍ଦରଗଡ଼ରୁ ୩୬ ଓ ପୁରୀରୁ ୧୮ଜଣ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ୫ଟି ମୁଣ୍ଡ ନେଇଛି କରୋନା। ଆଜି ପୁଣି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ଜଣ ଗଞାମ ଜିଲ୍ଲାର ହୋଇଥିବା ବେଳେ ଦୁଇ ଜଣ ଖୋର୍ଦ୍ଧାର ବୋଲି ଜଣାପଡିଛି । ଖୋର୍ଦ୍ଧାରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କମାନେ ଭୁବନେଶ୍ୱରର ଓ ସେମାନଙ୍କ ବୟସ ଯଥାକ୍ରମେ ୫୧ ଓ ୬୪ ବର୍ଷ। ସେହିପରି ଗଞ୍ଜାମର ୩ ଜଣଙ୍କ ମଧ୍ୟରେ ଜଣେ ୨୭ବର୍ଷର ଯୁବକ ଥିବା ବେଳେ ଅନ୍ୟ ଜଣେ ୩୫ ଓ ୫୦ବର୍ଷର ବୋଲି ଜଣାପଡିଛି । ଏମାନେ କରୋନା ବ୍ୟତିତ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ଏମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ଗଞାମରେ ମୃତ୍ୟୁ ସଂଖ୍ୟା ୨୦ରେ ପହଁଚିଥିବା ବେଳେ ଖୋର୍ଦ୍ଧାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।

ଅତ୍ୟାବଧି ରାଜ୍ୟରେ ମୋଟ ୨ଲକ୍ଷ ୮୭ ହଜାର ୦୯୦ଟି ନମୁନା ପରୀକ୍ଷା କରାଯାଇଛି । ମୋଟ ୮୬୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୫୩ ଜଣ ଚିକିତ୍ସା ହେଉଥିବା ବେଳେ ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୪ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୮ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.