banner
Breaking

ରାଜ୍ୟରେ ଆଜି ସର୍ବାଧିକ ୫୬୧ ପଜିଟିଭ ଚିହ୍ନଟ ଓ ପୁଣି ୨ ମୃତ।

0

ଭୁବନେଶ୍ୱର,୩/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬କୁ ବୃଦ୍ଧିପାଇଛି । ଆଜି ଚିହ୍ନଟ ହୋଇଥିବା ୫୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୩୬ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ୧୯ଟି ଜିଲ୍ଲାରୁ ୫୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୧, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ବରଗଡ଼ରୁ ୨୧, ବଲାଙ୍ଗୀରୁ ୧୯, ମୟୁରଭଞ୍ଜରୁ ୧୦, ସମ୍ବଲପୁର ୮, କେନ୍ଦୁଝର ଓ ଜଗତସିଂହପୁରରୁ ୬ଜଣ । କଳାହାଣ୍ଡି ୫, ଢ଼େଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ଜଣ । କୋରାପୁଟରୁ ୪, ଭଦ୍ରକ, ଓ ପୁରୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଏନ୍‌ଡିଆର୍‌ଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୮,୧୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୫୦୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୨୫୬୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସ°ଖ୍ୟା ୨୯ କୁ ବୃଦ୍ଧି ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.