banner
Breaking

ଶୁକ୍ରବାର କରୋନା ସ୍ଥିତି। ଭାରତ ୮୯୬ ଆକ୍ରାନ୍ତ ୩୭ ମୃତ, ଓଡିଶା ୨ ଆକ୍ରାନ୍ତ ୧୦ ସୁସ୍ଥ।

0

ନୂଆଦିଲ୍ଲୀ,୧୧/୪(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଭୂତାଣୁ ୩ୟ ପର୍ଯ୍ୟାୟକୁ ପହଞ୍ଚିନାହିଁ କି ସମୂହ ସଂକ୍ରମଣ ହୋଇନାହିଁ ବୋଲି ସରକାର କହିଛନ୍ତି। କିନ୍ତୁ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟ ଦେଶ ତୁଳନାରେ ଏଠାରେ ସଂକ୍ରମଣ ହାର କମ୍‌ ରହିଥିଲେ ହେଁ ଗତ ଶୁକ୍ରବାର ଗୋଟିଏ ଦିନରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବି ୨୪ ଘଣ୍ଟା ଭିତରେ ସର୍ବାଧିକ ରହିଛି।ଶୁକ୍ରବାର ଗୋଟିଏ ଦିନରେ ଦେଶରେ ୮୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୭ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୭୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୯ ଜଣ ପ୍ରାଣ ହରାଇଥିବାବେଳେ ୬୪୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଏବେ ୬୫୬୫ ଜଣ ଚିକିତ୍ସାଧୀନ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍‌ରେ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି। ତେବେ ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇଛି। ଏଠାରେ ଏଯାଏ ୧୫୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଓଡିଶାରେ ଶୁକ୍ରବାର ରାତିରେ ଆଉ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟ ୫୦କୁ ବୃଦ୍ଧି ପାଇଛି। ଆଜି ସମୁଦାୟ ୨୯୮ଟି ନମୁନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୯୬ଟି ନେଗେଟିଭ ଆସିଥିବା ବେଳେ ୨ଟି ପଜିଟିଭ୍ ଆସିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ତେବେ ଏ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଏବେ ୩୭ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.