banner
Breaking

ରାଜ୍ୟରେ ଆଜି ପୁଣି ୨୨୯ ପଜିଟିଭ ଚିହ୍ନଟ। ସେଥିରୁ ୩୬ ଲୋକାଲ୍ କେସ୍

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

0

ଭୁବନେଶ୍ବର,୩୦/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି।
ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୨୪,ଯାଜପୁରରୁ ୨୨ ,ଖୋର୍ଦ୍ଧାରୁ ୨୧, ସୁନ୍ଦରଗଡରୁ ୧୭,କଟକ ୧୨,ଝାରସୁଗୁଡା ୧୦, ବଲାଙ୍ଗୀର ୭,ନୟାଗଡ଼ ୫,ପୁରୀ ୪,ବୌଦ୍ଧ ୩,ମୟୂରଭଞ୍ଜରୁ ୨ଜଣ ଓ ଅନୁଗୁଳ, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର ଓ କୋରାଫୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅଦ୍ୟାବଧି ୨.୭୪.୬୭୨ ନମୁନା ପରୀକ୍ଷା କରାଯାଇଛି।ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୧୫୭ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.