banner
Breaking

ରାଜ୍ୟରେ ପୁଣି ୨୫୧ ପଜିଟିଭ ଚିହ୍ନଟ। ସେଥିରୁ ୪୩ ଲୋକାଲ

0

ଭୁବବେଶ୍ବର,୧/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ୨୫୧ ପଜିଟିଭ୍ ମଧ୍ୟରୁ  ୨୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୪୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ବୁଧବାର ଚିହ୍ନଟ ହୋଇଥିବା ୨୫୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୦୨ ଜଣ ରହିଥିବା ବେଳେ, କଟକ ଜିଲାରୁ ୩୨, ଖୋର୍ଦ୍ଧାରୁ ୨୬, ପୁରୀରୁ ୧୨, ନୟାଗଡରୁ ୧୪, ମାଲକାନଗିରିରୁ ୧୦, ବରଗଡରୁ ୧୨, ସୁନ୍ଦରଗଡରୁ ୭, ମୟୁରଭଞ୍ଜରୁ ୫, ଗଜପତିରୁ ୬, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୪, ବଲଙ୍ଗୀରରୁ ୪, ଦେବଗଡରୁ ୪,ବାଲେଶ୍ବରରୁ ୨, ସମ୍ବଲପୁରରୁ ୨, ଅନୁଗୁଳ,ସୋନପୁର ଓ ଯାଜପୁର ଜିଲାରୁ ଜଣେ ଲେଖାଏଁ ଏବଂ ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ ବାହିନୀର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୭୦,୬୭୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୭୩୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୯୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୮ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.