banner
Breaking

ରାଜ୍ୟରେ ଆଜି ପୁଣି ୨୦୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୭୦୬୫କୁ ବୃଦ୍ଧି।

0

ଭୁବନେଶ୍ବର,୩୦/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି।
ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୮ , କୋରାପୁଟରୁ ୧୮,ଜଗତସିଂହପୁର ୧୭,କଟକ ୧୭, ବଲାଙ୍ଗୀର ୧୬,ଦେବଗଡ଼ ୧୫,ଖୋର୍ଦ୍ଧାରୁ ଓ ମୟୂରଭଞ୍ଜରୁ ୭, କେନ୍ଦୁଝର ଓ ଅନୁଗୁଳରୁ ୬ ଲେଖାଏଁ, ବାଲେଶ୍ବରରୁ ୫,ଭଦ୍ରକ, ଢେ଼ଙ୍କାନାଳ ଓ ସମ୍ବଲପୁରରୁ ୪ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡାରୁ ୩ ଲେଖାଏଁ,ସୁନ୍ଦରଗଡରୁ ୨, ଓ ବୌଦ୍ଧ, ନୟାଗଡ଼, ପୁରୀରୁ ଜଣେ ଲେଖାଏଁ ଏବଂ ଏନଡିଆର ଏଫ ଟିମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୦୮୭ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୪,୯୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.