banner
Breaking

ରାଜ୍ୟରେ ପୁଣି ୨୪୫ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ।

0

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ପାଇଛି।
ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୪୦, ଖୋର୍ଦ୍ଧାରୁ ୨୮, ବରଗଡରୁ ୧୦,ଜଗତସିଂହପୁରରୁ ୯, କେନ୍ଦ୍ରାପଡାରୁ ୮, କେନ୍ଦୁଝର, ଗଜପତି, କଟକ ଓ ନବରଙ୍ଗପୁରରୁ ୭ ଜଣ ଲେଖାଏଁ, ସୁନ୍ଦରଗଡରୁ ୬, ମୟୂରଭଞ୍ଜରୁ ୫, ନୟାଗଡ ଓ ଢେଙ୍ଗାନାଳରୁ ୩ ଜଣ ଲେଖାଏଁ , ବାଲେଶ୍ୱର ଓ ଭଦ୍ରକରୁ ୨ ଜଣ ଲେଖାଏଁ ରାୟଗଡା, ସୁବର୍ଣ୍ଣପୁର, ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ପୁଣି ୨ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ମୃତକ ୨ ଜଣ ଗଞ୍ଜାମ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଉଭୟଙ୍କର ବୟସ ୪୮ ବର୍ଷ ଓ ୫୨ ବର୍ଷ ବୋଲି ଜଣାପଡ଼ିଛି।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୦୮୬ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୪,୭୪୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.