banner
Breaking

ରାଜ୍ୟରେ ଆଜି ପୁଣି ୧୩୭ ଜଣ ସୁସ୍ଥ ହେଲେ।

0

ଭୁବନେଶ୍ୱର,୨୮।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୩, ଖୋର୍ଦ୍ଧା ୨୯,କଟକ ୨୨, ବାଲେଶ୍ୱର ୧୩, ଯାାଜପୁର ୯, କଳାହାଣ୍ଡି ୬, ଭଦ୍ରକ ୪, ମୟୁରଭଞ୍ଜ, ନୟାଗଡ ଏବଂ ପୁରୀରୁ ୩ଜଣ ଲେଖାଏ, ବୌଦ୍ଧ, ବରଗଡ, ଝାରସୁଗୁଡା ଏବଂ କେନ୍ଦ୍ରାପଡାରୁ ୨ ଜଣ ଲେଖାଏ ଏବଂ ଅନୁଗୋଳ, ବଳାଙ୍ଗୀର, ଜଗତସିଂହପୁର ଏବଂ ନୂଆପଡାରୁ ଜଣେ ଲେଖାଏ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.