banner
Breaking

ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୨୫/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୨୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୭୪ ଜଣ ବିଭିନ୍ନ କ୍ବାରେଣ୍ଟାଇନରେ ଥିବା ବେଳେ ୩୬ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୮ ଜିଲ୍ଲାରୁ ଚିହ୍ନଟ ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୭, କେନ୍ଦୁଝରରୁ ୫, ଦେବଗଡରୁ ଜଣେ, ନବରଙ୍ଗପୁରରୁ ୨, ନୟାଗଡ ୩, କଟକ ୫, ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨, ଢେଙ୍କାନାଳରୁ ୭, ଯାଜପୁର ୮, ପୁରୀ ୮, ଗଜପତି ୨୯, ସୁନ୍ଦରଗଡ଼ ୬, କେନ୍ଦ୍ରାପଡା ୩, ସମ୍ବଲପୁରରୁ ଜଣେ, ବଲାଙ୍ଗୀରରୁ ୧୧, ମୟୁରଭଞ୍ଜରୁ ୭ ଚିହ୍ନଟ ହୋଇଛନ୍ତି । ସେହିପରି ୬ଜଣ ଅଗ୍ନିଶମ ଓ ଏନଡିଆରଏଫ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧୫ ଜଣ ଚିକିତ୍ସା ହେଉଥିବା ବେଳେ ୪୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୭ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.