banner
Breaking

ରାଜ୍ୟରେ ପୁଣି ୨୮୨ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୫୭୫୨ କୁ ବୃଦ୍ଧି।

0

ଭୁବନେଶ୍ଵର,୨୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ଵର ୩, କଟକ ୪, ଯାଜପୁର ୬, ପୁରୀ ୯, ଜଗତସିଂହପୁର ୧୧, କନ୍ଧମାଳରୁ ୧୭ ଜଣ ରହିଛନ୍ତି। ସେହିପରି ଗଞ୍ଜାମ ଜିଲାରୁ ୭୫ ଜଣ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲାରୁ ୭୬, ସମ୍ବଲପୁରରୁ ୧୩, ମୟୂରଭଞ୍ଜ ୬, କୋରାପୁଟ, ଅନୁଗୋଳ, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ନୟାଗଡ଼ରୁ ଜଣେ ଲେଖାଏ ରୋଗୀ ଅଛନ୍ତି। ଏହାବ୍ୟତୀତ ଏନଡିଆରଏଫର ୮ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି। ଏମାନେ ଅମ୍ପନ ବାତ୍ୟାରେ ଉଦ୍ଧାରକାର୍ଯ୍ୟ ଲାଗି ପଶ୍ଚିମବଙ୍ଗ ଯାଇ ସେଠାରୁ ଫେରିବା ପରେ ସଂକ୍ରମିତ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.