banner
Breaking

ରାଜ୍ୟରେ ପୁଣି ୧୬୭ ପଜିଟିଭ ଚିହ୍ନଟ ଓ ୧୨୫ ସୁସ୍ଥ।

0

ଭୁବନେଶ୍ୱର,୨୩/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ାରୁ ୫, ଯାଜପୁରରୁ ୫,ଖୋର୍ଦ୍ଧାରୁ ୮, ନୟାଗଡ଼ରୁ ୨, ବାଲେଶ୍ୱର ୧୩, ଜଗତସିଂହପୁର ୧୯, କଟକ ୩, ଢେଙ୍କାନାଳ ୯,ବରଗଡ଼ ୧, ଗଞ୍ଜାମ ୩୦, ଗଜପତି ୪୧,ପୁରୀ ୧, ସୁନ୍ଦରଗଡ଼ ୪, ବଲାଙ୍ଗୀର ୧, ମୟୁରଭଞ୍ଜ ୧୪, କୋରାପୁଟ ୧, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୬୩ସୁସ୍ଥ ହୋଇଛନ୍ତି , ୧୫୮୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସେହିପରି ରାଜ୍ୟରେ ମଙ୍ଗଳବାର ଆଉ ୧୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୧୨୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୩ ଜଣ, ପୁରୀରୁ ୧୭, କଟକରୁ ୧୪, ମୟୁରଭଞ୍ଜ ଜିଲାରୁ ୧୩, ଗଞ୍ଜାମରୁ ୧୦ ଜଣ, କେନ୍ଦୁଝରରୁ ୯, ଯାଜପୁରରୁ ୮, ନୂଆପଡାରୁ ୬, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ,  ସୁନ୍ଦରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.