banner
Breaking

ଜଗତସିଂହପୁର ଜିଲ୍ଲାରେ ଆଜି ୨୯ ପଜିଟିଭ ଚିହ୍ନଟ।

0

ଜଗତସିଂହପୁର,୨୧/୬(ଓଡ଼ିଆ ନ୍ୟୁଜ):ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ୍ରିଶତକ ଛୁଇଁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୨୦୮ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ସର୍ବାଧିକ ୧୭ ଜଣ, ଜଗତସିଂହପୁର ବ୍ଲକ ରୁ ୬ ଜଣ ରଘୁନାଥପୁର ବ୍ଲକରୁ ୩ ଜଣ ଓ ନାଉଗାଁ ବ୍ଲକରୁ ୩ ଜଣ ଅଛନ୍ତି । ଏଥିମଧ୍ୟରୁ ୨୮ ଜଣ ବାହାର ରାଜ୍ୟ ଓ ଜଣେ ବରଗଡ ଜିଲ୍ଲାରୁ ଫେରିଥିଲେ ,କାହାର କରୋନା ଲକ୍ଷଣ ପ୍ରକାଶ ପାଇନଥିଲା । ତାଙ୍କୁ କିମିସ୍ ଓ ପାରାଦୀପ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବ ।ଏଥିସହ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୮ ରେ ପହଞ୍ଚିଛି । ୧୩୦ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀ ସଂଖ୍ୟା ୭୮ ରେ ପହଞ୍ଚିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.