banner
Breaking

ରାଜ୍ୟରେ ଆଜି ସର୍ବାଧିକ ୩୦୪ ପଜିଟିଭ ଚିହ୍ନଟ। ପୁଣି ଦୁଇଟି ମୁଣ୍ଡ ନେଲା କରୋନା।

0

ଭୁବନେଶ୍ବର,୨୧।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୬୦ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ଲୋକ ଅଟନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଏହି ୩୦୪ ସଂକ୍ରମିତଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୪୭, ଗଂଜାମରୁ ୪୦, ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ଯାଜପୁରରୁ ୨୧, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ମୟୁରଭଞ୍ଜରୁ ୬, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ, ସୋନପୁରରୁ ୪, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବଲାଙ୍ଗୀରିରୁ ଜଣେ ଲେଖାଏଁ ଏବଂ ୪୨ ଜଣ ଅଗ୍ନିଶମ ଓ ଏନ ଡ଼ି ଆର ଏଫ କର୍ମଚାରୀ ଅଛନ୍ତି । ଅଦ୍ୟାବଧି ରାଜ୍ୟରେ ୨ଲକ୍ଷ, ୨୪ହଜାର ୪୦୨ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିରୁ ୫୧୬୦ପିଜିଟିଭ ଚିହ୍ନଟ ହୋଇଛନ୍ତ ଓ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଉ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ ବୃଦ୍ଧଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏହା ସହ ସେ ଡାଇବେଟିସ୍ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର କରୋନାଜନିତ ମୃତ୍ୟୁ ଘଟିଛି । ମୃତକ ଜଣକ ଏକାଧିକ ରୋଗରେ ପୀଡିତ ଥିଲେ । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.