banner
Breaking

ରାଜ୍ୟରେ ପୁଣି ୧୭୯ କରୋନା ପଜିଟିଭ ଚିହ୍ନଟ। ଆଉଜଣେ ମୃତ।

0

ଭୁବନେଶ୍ୱର,୨୦।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୪୩ ଜଣ ଚିକିତ୍ସା ହେଉଥିବା ବେଳେ ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୫୦ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୯ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୫ ଜିଲ୍ଲାରୁ ଚିହ୍ନଟ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୭, ଅନୁଗୁଳରୁ ୬, ନବରଙ୍ଗପୁରରୁ ଜଣେ, ଜଗତସିଂପୁର ୪, କଟକ ୧୫, ବରଗଡ଼ ୨, ଭଦ୍ରକ ୫, ଯାଜପୁର ୩, ମାଲକାନଗିରି ୨, ରାୟଗଡା ୫, କେନ୍ଦୁଝର ୧୮, ଦେବଗଡ଼ ଜଣେ, କେନ୍ଦ୍ରାପଡା ୫, ମୟୁରଭଞ୍ଜ ୧୦ ଓ ୧୮ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ଯବାନ ଅଛନ୍ତି ।
ଏଥିସହିତ ରାଜ୍ୟରେ ୨ଲକ୍ଷ, ୧୯ହଜାର ୭୭୪ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିରୁ ୪୮୫୬ପିଜିଟିଭ ଚିହ୍ନଟ ହୋଇଛନ୍ତ ଓ ୩୨୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣଙ୍କ ପୁରୀ ଜିଲ୍ଲାର ୬୦ ବର୍ଷ ବୟସ୍କ ବ୍ୟକ୍ତି। ସେ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସ°ଖ୍ୟା ୧୨ କୁ ବୃଦ୍ଧି ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.