banner
Breaking

ରାଜ୍ୟରେ ପୁଣି ୧୬୫ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୬୭୭କୁ ବୃଦ୍ଧି।

0

ଭୁବନେଶ୍ୱର,୧୯।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୯ ଜଣ ଚିକିତ୍ସା ହେଉଥିବା ବେଳେ ୩୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୪୦ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୫ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୭ ଜିଲ୍ଲାରୁ ଚିହ୍ନଟ ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୨୦, ଜଗତସିଂହପୁରରୁ ଜଣେ, ଝାରସୁଗୁଡାରୁ ୨, ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨୧, ମାଲକାନଗିରିରୁ ଜଣେ, ଗଞ୍ଜାମରୁ ୪୧, ଗଜପତିରୁ ୨୮, ସୁନ୍ଦରଗଡ଼ରୁ ୬, ବଲାଙ୍ଗୀର ୨, ମୟୁରଭଞ୍ଜ ୩, କୋରାପୁଟରୁ ଜଣେ ଓ ୧୧ଜଣ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ଯବାନ ଅଛନ୍ତି । ଏମାନେ ନିକଟରେ ପଶ୍ଚିମବଙ୍ଗ ଯାଇ ଆମ୍ଫନରେ ବିଗିଡି ଯାଇଥିବା ସ୍ଥିତି ସୁଧାରି ଓଡ଼ିଶା ଫେରିଥିଲେ ।
ରାଜ୍ୟରେ ୨ଲକ୍ଷ, ୧୬ହଜାର ୬୦୭ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିରୁ ୪୬୭୭ପିଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.