banner
Breaking

ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୭ ଆକ୍ରାନ୍ତ।

0

ଭୁବନେଶ୍ୱର,୧୮।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆରୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରେ କଟକର ସର୍ବାଧିକ ୧୭ଜଣ ଥିବା ବେଳେ ଖୋର୍ଦ୍ଧାର ୧୬, ଗଞ୍ଜାମର ୧୬, କନ୍ଧମାଳର ୧୪, ମୟୂରଭଞ୍ଜର ୯, ଯାଜପୁରର ୭, ପୁରୀର ୫, ନୟାଗଡ଼ର ୪, କେନ୍ଦ୍ରାପଡ଼ାର ୩, ବରଗଡ଼-କେନ୍ଦୁଝରର ୨ ଏବଂ ଢେଙ୍କାନାଳ-ସୁନ୍ଦରଗଡ଼ର ଜଣେ ଲେଖାଏ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.