banner
Breaking

ରାଜ୍ୟରେ ଆଜି ପୁଣି ୧୭୪ କରୋନା ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୮।୬(ଓଡ଼ିଆ ନ୍ୟୁଜ) ରାଜ୍ୟରେ ଗୁରୁବାର ପୁଣି ୧୭୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ କ୍ୱାରାଣ୍ଟାଇନ୍‌ ସେଣ୍ଟରର ରହିଥିବା ବେଳେ ୨୮ଜଣ ସ୍ଥାନୀୟ ଲୋକ ରହିଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୮ ଜିଲାରୁ ନୂଆ ଚିହ୍ନଟ ହୋଇଥିବା ୧୭୪ଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୬, ବାଲେଶ୍ୱରରୁ ୩୪, କେନ୍ଦୁଝର ୫, ଯାଜପୁର ୯, ନବରଙ୍ଗପୁର ୭, ଖୋର୍ଦ୍ଧା ୧୦, କୋରାପୁଟ ୬, ମାଲକାନଗିରି ୧, କଳାହାଣ୍ଡି ୬, ନୂଆପଡ଼ା ୧, କନ୍ଧମାଳ ୩, ଭଦ୍ରକ ୩, ବୌଦ୍ଧ ୨, ପୁରୀ ୧୬, ସୁନ୍ଦରଗଡ଼ ୩, କେନ୍ଦ୍ରପଡ଼ା ୭, ବରଗଡ଼ ୪ ଓ ବଲାଙ୍ଗୀରର ଜଣେ ରହିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨ରେ ପହଞ୍ଚିଛି। ସେଥିମଧ୍ୟରୁ ୧୪୫୧ ଚିକିତ୍ସିତ ହେଉଥିବା ବେଳେ ୩୦୪୭ ସୁସ୍ଥ ଓ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.