banner
Breaking

ରାଜ୍ୟରେ ପୁଣି ୧୭୫ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୩୩୮ କୁ ବୃଦ୍ଧି।

0

ଭୁବନେଶ୍ୱର,୧୭/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୫ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୦ ଜଣ ଚିକିତ୍ସା ହେଉଥିବା ବେଳେ ୨୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୪୫ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୩୦ଜଣ ସ୍ଥାନୀୟ ଲୋକ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୫ ଜିଲ୍ଲାରୁ ଚିହ୍ନଟ୧୭୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଞ୍ଜରୁ ୫, ଖୋର୍ଦ୍ଧାରୁ ୨୫, ସୁନ୍ଦରଗଡ଼ରୁ ୫, କଟକରୁ ୩, ଜଗତସିଂପଚରରୁ ୭, ଝାରସୁଗଡାରୁ ଜଣେ, ବାଲେଶ୍ୱରରୁ ୬, କେନ୍ଦ୍ରପଡାରୁ ଜଣେ, ନୂଆପଡାରୁ ୪, କନ୍ଧମାଳରୁ ୭, ବରଗଡ଼ରୁ ୧୧, ପୁରୀରୁ ୧୮, ବଲାଙ୍ଗୀରରୁ ୩, ଗଞ୍ଜାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅଗ୍ନିଶମର ୨୧ଜଣ କମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଲକ୍ଷ, ୮ହଜାର ୪୭୨ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିରୁ ୪୩୩୮ପିଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସଂଖ୍ୟା ୬୯୯କୁ ବୃଦ୍ଧି ପାଇଛି । ଏହା ପଛକୁ ଖୋର୍ଦ୍ଧା ୩୯୪, ଯାଜପୁରରେ ୩୪୧, କଟକ ୩୪୬, ବାଲେଶ୍ୱର ୨୨୨, କେନ୍ଦ୍ରାପଡା ୧୮୬, ଭଦ୍ରକ ୧୭୭, ପୁରୀ ୧୩୮, ଜଗତସିଂପୁର ୧୭୪, ଏନଡିଆରଏଫ/ଓଡ୍ରାଫ/ଅଗ୍ନିଶମ କର୍ମଚାରୀ ୧୯୫, ବଲାଙ୍ଗୀର ୧୪୭, କନ୍ଧମାଳ ୧୪୪, ସୁନ୍ଦରଗଡ଼ ୧୩୭, ନୟାଗଡ ୧୧୨, ମୟୁରଭଞ୍ଜ ୧୨୬, ଗଜପତି୧୬୩କୁ ବୃଦ୍ଧିପାଇଛି । ଅନ୍ୟ ଜିଲ୍ଲାଗୁଡିକ ୧୦୦ ତଳକୁ ରହିଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୨ଜଣ ଆକ୍ରନ୍ତ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.