banner
Breaking

ସତ୍ୟନଗର ସିଲ୍। ପୁଣି ବାହାରିଲେ ପଜିଟିଭ୍।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): କରୋନା ସ°କ୍ରମଣ ବଢ଼ିବାରେ ଲାଗିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ°ଙ୍ଗୀନ ସ୍ଥିତିରେ ରହିଛି। ସୂର୍ଯ୍ୟନଗର, ବିମିଖାଲ, ସୁନ୍ଦରପଦା, ଯଦୁପୁର ପରେ ଏବେ ରାଜଧାନୀର ସତ୍ୟନଗର ଅଂଚଳକୁ ସିଲ କରାଯାଇଛି । ସେହିପରି ୟୁନିଟ-୪ ଓ ମଧୁସୁଦନ ନଗରକୁ ମଧ୍ୟ ଆଶିଂକ ସିଲ କରାଯାଇଛି । ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ମଧୁସୁଦନ ନଗରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ସିଲ କରାଯାଇଛି । ସେହିଭଳି ସତ୍ୟନଗର ଅଂଚଳରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କର ବିଦେଶ ଗ୍ରସ୍ତ କିମ୍ବା ରାଜ୍ୟ ବାହାରକୁ ଯିବାର କୌଣସି ତଥ୍ୟ ନାହିଁ । ତେଣୁ ସେ କିପରି ଆକ୍ରାନ୍ତ ହେଲେ, ତାହା ଜାଣିବା ପାଇଁ ଉକ୍ତ ଅଂଚଳକୁ ସିଲ କରାଯାଇଛି ।
ସତ୍ୟନଗର ଠାରୁ ଦକ୍ଷୀଣ ବିଗବଜାର ପର୍ଯ୍ୟନ୍ତ ଅଂଚଳକୁ ସିଲ କରାଯାଇଛି । ସତ୍ୟନଗର ଛକରୁ କାଳିମନ୍ଦିର ଛକ, କାଳି ମନ୍ଦିର ଛକରୁ ପତଞ୍ଜଳୀ ଷ୍ଟୋର, ପତଞ୍ଜଳୀ ଷ୍ଟୋର ଠାରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାଟର, ଅଫିସର୍ସ କ୍ୱାଟର ଠାରୁ ସତ୍ୟନଗର ଛକ ପର୍ଯ୍ୟନ୍ତ ସିଲ କରାଯାଇଛି । ସେହିପରି ପିଡବ୍ଲ୍ୟଡି-୩ ଅଫିସ ଓ କ୍ୱାଟର୍ସକୁ ମଧ୍ୟ ସିଏ କରାଯାଇଛି । ଏସବୁ ଅଂଚଳକରୁ ନିଷେଦ୍ଧାଚଂଳ ଭାବେ ଘୋଷଣା କରାଯାଇଛି । ଉକ୍ତ ଅଂଚଳରେ ଥିବା ସମସ୍ତ ଘରୋଇ ଓ ସରକାରୀ ଅଫିସ ବନ୍ଦ ରହିବ । ଦୋକାନ-ବଜାର ଖୋଲିବ ନାହିଁ । ଉକ୍ତ ଅଂଚଳରୁ କେହି ବାହାରକୁ ବାହାରିବେ ନାହିଁ କମ୍ବା ସେଠାକୁ କେହି ଯାଇପାରିବେ ନାହିଁ ।
ଉକ୍ତ ଅଚଂଳରେ ନିର୍ଦ୍ଦିଷ୍ଟ ଓମଫେଡକୁ ଯାଇଥିବା ଲୋକେ ସମସ୍ତେ ହୋମ କ୍ୱାରେନଟାନରେ ରହିବେ । ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ସ୍ୱତନ୍ତ୍ର ଡାକ୍ତରି ଟିମ ଗଠନ କରାଯାଇଛି । ଏଥିସହିତ ସମସ୍ତ ଅତ୍ୟାବଶ୍ୟକୀୟ ଜିନିଷ ସେମାନଙ୍କୁ ଘର ପାଖରେ ଯୋଗାଇ ଦିଆଯିବ । ଉକ୍ତ ଅଂଚଳ ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଯଦି କୌଣସି ବ୍ୟକ୍ତି ସହଯୋଗ ଚାହାନ୍ତି, ତେବେ ୧୯୨୯ ହେଲଲାଇନ ନମ୍ବରରେ ଯୋଗଯୋଗ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.