banner
Breaking

ରାଜ୍ୟରେ ପୁଣି ୧୦୮ ପଜିଟିଭ ଚିହ୍ନଟ।

0

ଭୁବନେଶ୍ବର,୧୬/୬(ଓଡ଼ିଆ ନ୍ୟୁଝ) : ରାଜ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ମଙ୍ଗଳବାର ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ରହିଥିବା ବେଳେ କେନ୍ଦୁଝର ଜିଲାରୁ ୫ ଜଣ, ଖୋର୍ଦ୍ଧା ଜିଲାରୁ ୭ ଜଣ, କେନ୍ଦ୍ରାପଡା ଜିଲାରୁ ୯ ଜଣ, ଅନୁଗୋଳ ଜିଲାରୁ ଜଣେ, ବାଲେଶ୍ବର ଜିଲାରୁ ୪ ଜଣ,ଜଗତସିଂହପୁର ଜିଲାରୁ ୯ ଜଣ, ଗଞ୍ଜାମ ଜିଲାରୁ ୮ ଜଣ, ପୁରୀ ଜିଲାରୁ ୧୫ ଜଣ, ଗଜପତି ଜିଲାରୁ ୭ ଜଣ, ସୁନ୍ଦରଗଡ ଜିଲାରୁ ୨ ଜଣ, କଳାହାଣ୍ଡି, ବରଗଡ, ବଲାଙ୍ଗୀର ଓ କଟକ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଲକ୍ଷ ୫ ହଜାର ୫୦୧ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୧୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୫୪ ଜଣ ସୁସ୍ଥ ହୋଇ ଘରୁକୁ ଫେରିଥିବା ବେଳେ ୧୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୧୨୯୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.