banner
Breaking

କରୋନା ନେଇନି ବର°ଆଜି ଦେଇଛି କୋଟି କୋଟି ଜୀବନ।

0

ଭୁବନେଶ୍ୱର,୧୪/୬(ଓଡ଼ିଆ ନ୍ୟୁଜ): କରୋନା ଜୀବନ ନେଉଥିବା ବେଳେ ଆଜି କୋଟି କୋଟି ଜୀବନ ଦେଇଛି। ଏକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ବାସ୍ତବରେ ଏହା ସତରେ ପରିଣତ ହୋଇଛି। ଆଜି କରୋନା ପାଇଁ କୋଟି କୋଟି ଜୀବନ ବଞ୍ଚିଯାଇଛି। ଆଜି ହେଉଛି ପହିଲି ରଜ । ପ୍ରଥମ ରଜ ହୋଇଥିବାରୁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଯାଇଥାଏ। ପିଲାମାନେ ନୂଆ ନୂଆ ଡ୍ରେସ ପିନ୍ଧି ଦୋଳି ଖେଳୁଥିବା ବେଳେ ବୟସ୍କ ମେନେ ତାସ ଓ ପସାଖେଳି ଦିନ କାଟିଥାନ୍ତି। ଆଉ ଯୁବକ ମାନେ ଭୋଜି ଭାତରେ ମଜିଥାନ୍ତି। ଘରେ ଘରେ ପିଠା ପଣାର ଆସର ଜମିଥାଏ। ଭଲ ବାର ଥିଲେ ଚାରିଆଡୁ ଆମିଷର ବାସନା କମ୍ପିଉଠୁଥାଏ। ଏଥିପାଇଁ କୋଟି କୋଟି ନିରୀହ ଜୀବନ ବଳି ପଡିଥାଏ। ଏଥର କରୋନା ପାଇଁ ସଟଡାଉନ କାରଣରୁ ଏସବୁ ବନ୍ଦ ହୋଇଯାଇଛି। କୋଟି କୋଟି ଜୀବ ଜନ୍ତୁଙ୍କ ଜୀବନ ଆଜି ପାଇଁ କରୋନା ବଞ୍ଚାଇ ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.