banner
Breaking

ଆଜି ରାଜ୍ୟରେ ପୁଣି ୧୧୪ ଜଣ ସୁସ୍ଥ ହୋଇଛନ୍ତି।

0

ଭୁବନେଶ୍ବର,୧୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର।ଧିରେ ଧିରେ ସୁସ୍ଥଙ୍କ ସ°ଖ୍ୟା ବଢିବଡ଼ି ଚାଲିଛି। ରାଜ୍ୟରେ ରବିବାର ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା  ସୁସ୍ଥଙ୍କ ସଂଖ୍ୟା ୨,୭୦୮କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ୧୧୪ କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ – ୩୦, ଖୋର୍ଦ୍ଧା -୨୩, ଗଞ୍ଜାମ- ୧୭, କଟକ- ୧୧, ମୟୁରଭଞ୍ଜ- ୧୦, ଗଜପତି- ୮, ବରଗଡ଼- ୫, ନୟାଗଡ଼- ୪, ବଲାଙ୍ଗୀର-୩, କୋରାପୁଟ, ସମ୍ବଲପୁର ଓ ବଲେଶ୍ବର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.