banner
Breaking

ରାଜ୍ୟରେ ପୁଣି ୧୮୬ ପଜିଟିଭ ଚିହ୍ନଟ ଓ ଆଉ ଜଣେ ମୃତ। ଆକ୍ରାନ୍ତଙ୍କ ସ°ଖ୍ୟା ୩୯୦୯ କୁ ବୃଦ୍ଧି।

0

ଭୁବନେଶ୍ୱର,୧୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୭୧ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୫ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୧ ଜଣ ଚିକିତ୍ସା ହେଉଥିବା ବେଳେ ୨୫୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୩ଜଣଙ୍କର ମୃତ୍ୟୁ ଘଟିଛି ।
୨୦ ଜିଲ୍ଲାରୁ ଚିହ୍ନଟ ୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧, ଝାରସୁଗୁଡା ୨, କେନ୍ଦୁଝର ୧୧, ଯାଜପୁର ୧୨, ମାଲକାନଗିରି ୧, କଟକ ୧୨, ଜଗତସିଂହପୁର ୧୧, ଅନୁଗୁଳରୁ ଜଣେ, ଢେଙ୍କାନାଳ ଦୁଇ, ଭଦ୍ରକ ଜଣେ, ଗଜପତି ୧୫, ବରଗଡ ୧୬, କଳାହାଣ୍ଡିରୁ ୧୬,ଗଞ୍ଜାମ ୪, ପୁରୀ ୭, ସୁନ୍ଦରଗଡ଼ ୩, ବଲାଙ୍ଗୀର ୩, ମୟୁରଭଞ୍ଜ ୧୩ ଓ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମର ୧୩ଜଣ କମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ରାଜ୍ୟରେ ୨ଲକ୍ଷ, ୧୪ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିରୁ ୩୯୦୯ ପିଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଓ ତାଙ୍କର ବୟସ ୫୦ ବର୍ଷ ହେବ । ସେ ହସପିଟାଲରେ ଚିକିତ୍ସିିତ ହେଉଥିବା ବେଳେ ଉଚ୍ଚରକ୍ତଚାପ, ଡାଇବେଟିସ, କିଡନୀ ଭଳି ଏକାଧିକ ରୋଗରେ ପୀଡିତ ଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ତେବେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ୪ ଓ କଟକରେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଅନ୍ୟ କାରଣରୁ ଖୋର୍ଦ୍ଧାରେ ଦୁଇ, ବାଲେଶ୍ୱରରୁ ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.