banner
Breaking

ରାଜ୍ୟରେ ସର୍ବାଧିକ ୨୨୫ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୭୨୩ କୁ ବୃଦ୍ଧି।

0

ଭୁବନେଶ୍ୱର,୧୩/୬(ଓଡ଼ିଆ ନ୍ୟୁଜ) : ଆଜି ରାଜ୍ୟରେ ସର୍ବାଧିକ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି । ଏହି ୨୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯୬ଜଣ ଚିହ୍ନଟ ହୋଇଥିବାବେଳେ ୨୯ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ। ଏତେ ସଂଖ୍ୟକ ଆକ୍ରାନ୍ତ କେବେ ଚିହ୍ନଟ ହୋଇ ନଥିଲେ । ଯଦି ଲୋକମାନେ ସଚେତନ ନ ହୁଅନ୍ତି ତେବେ ଆଗକୁ ଆହୁରି ସ୍ଥିତି ଭୟଙ୍କର ହେବ ବୋଲି ଜଣାପଡ଼ୁଛି ।

ଆଜି ୧୬ଜିଲ୍ଲାରୁ ୨୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କଟକରୁ ସର୍ବାଧିକ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୦, ଖୋର୍ଦ୍ଧାରୁ ୧୯, କନ୍ଧମାଳ ୧୫ ଓ ପୁରୀରୁ ୧୫ଜଣ, ଜଗତସିଂହପୁର ୧୩, ନୟାଗଡ଼ ଓ ଢ଼େଙ୍କାନାଳରୁ ୭ଜଣ, ମୟୁରଭଞ୍ଜରୁ ୯, ବଲାଙ୍ଗୀରରୁ ୧୨ଜଣ, କଳାହାଣ୍ଡି ୩, ବାଳେଶ୍ୱର ୨, ଭଦ୍ରକ ୫, କେନ୍ଦ୍ରାପଡ଼ାରୁ ୪ଜଣ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୦ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪୭୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୨୩୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.