banner
Breaking

ରାଜ୍ୟରେ ପୁଣି ୧୧୨ ପଜିଟିଭ ଚିହ୍ନଟ ଓ ଜଣେ ମୃତ।

0

ଭୁବନେଶ୍ୱର,୧୨/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୦୭ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୫ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଚିକିତ୍ସିତ ହେଉଥିବା ବେଳେ ୨୩୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୩ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ୧୮ ଜିଲ୍ଲାରୁ ଚିହ୍ନଟ ୧୧୨ ଜଣଙ୍କ ମଧ୍ୟରୁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ୨୧ଜଣ, ଝାରୁସୁଗୁଡାରୁ ୨, ମାଲକାନଗିରିରୁ ୩, କେନ୍ଦୁଝରରୁ ୫, ଯାଜପୁର ୩, ଖୋର୍ଦ୍ଧା ୮, ଅନୁଗୁଳ ୬, ଦେବଗଡ ଦୁଇ, କଟକ ୩, ଗଞ୍ଜାମ ୬, ସୁନ୍ଦରଗଡ଼ ୪, ପୁରୀ ୧୫, ବୌଦ୍ଧ ୩, ଗଜପତି ୫, ସମ୍ବଲପୁର ୫, ବଲାଙ୍ଗୀର ୫, ମୟୁରଭଞ୍ଜ ୭, ବାଲେଶ୍ୱର ୫, ନୟାଗଡ ୪ ଜଣ ଅଛନ୍ତି। ଅଦ୍ୟାବଧି ରାଜ୍ୟରେ ୧ଲକ୍ଷ, ୯୨ ହଜାର ୫୭୬ଟି ସାମ୍ପୁଲ ଟେଷ୍ଟ କରାଯାଇଛି।
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.