banner
Breaking

ରାଜ୍ୟରେ ପୁଣି ୧୧୦ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୨୫୦ କୁ ବୃଦ୍ଧି।

0

ଭୁବନେଶ୍ୱର,୧୦।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ଆଜି ନୂଆ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ୧୭ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁରରେ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାୟଗଡା-୪, କଟକ-୨୦, ଝାରସୁଗୁଡା-୧, ଖୋର୍ଦ୍ଧା-୧୪, ନୟାଗଡ-୪, ବରଗଡ-୨, ଭଦ୍ରକ-୧, କଳାହାଣ୍ଡି-୪, ଗଜପତି-୧୧, ପୁରୀ-୭, ବଲାଙ୍ଗୀର-୧, କେନ୍ଦ୍ରାପଡା-୧, ମୟୂରଭଞ୍ଜ-୪, କୋରାପୁଟ-୧, କେନ୍ଦୁଝର-୧, ବୌଦ୍ଧରୁ ୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.