banner
Breaking

ରାଜ୍ୟରେ ପୁଣି ୧୪୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୧୪୦ କୁ ବୃଦ୍ଧି

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୬ ଜଣ ଚିକିତ୍ସା ହେଉଥିବା ବେଳେ ୨୦୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଆଜି ନୂଆ ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୨୭ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୯ଜଣ ସ୍ଥାନୀୟ ଲୋକ ଅଛନ୍ତି
ତେବେ ୧୭ ଜିଲ୍ଲାରୁ ଏହି ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏନଡିଆରଏଫ ଓ ଓଡ୍ରାଫ ଟିମର ୬୧ଜଣ ଆକ୍ରାନ୍ତ ଅଛନ୍ତି । ଆକ୍ରାନ୍ତମାନେ ସମସ୍ତେ ବାତ୍ୟା ‘ଅମ୍ଫନ’ ପ୍ରଭାବିତ ପଶ୍ଚିମବଙ୍ଗକୁ ଉଦ୍ଧାର କାର୍ଯ୍ୟରେ ଯାଇଥିବା ଜଣାପଡିଛି । 
ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ୮, କେନ୍ଦୁଝରରୁ ୨, କଟକରୁ ୨, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯, ନୟାଗଡରୁ ୩, ଯାଜପୁର ଜଣେ, ମୟୁରଭଞ୍ଜର ୩, ଢେଙ୍କାନାଳରୁ ଜଣେ, କଳାହାଣ୍ଡିରୁ ୩, କନ୍ଧମାଳରୁ ଦୁଇ, ଗଞ୍ଜାମରୁ ୧୮, ଦେବଗଡ଼ରୁ ୫, ବଲାଙ୍ଗୀରରୁ ଜଣେ, ସୁନ୍ଦରଗଡ଼ରୁ ୭, କେନ୍ଦ୍ରାପଡାରୁ ୨ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.