banner
Breaking

ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ ଜଣ।

0

ଭୁବନେଶ୍ବର,୮।୬(ଓଡ଼ିଆ ନ୍ୟୁଜ) : ସୋମବାର ରାଜ୍ୟରୁ ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କ ମଧ୍ୟରୁ ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡାରୁ ୧୧ ଜଣ ଓ ଗଞ୍ଜାମରୁ ୯ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଦେବଗଡରୁ ୮ ଜଣ, କଟକ ଓ ଜଗତସିଂହପୁରରୁ ୭ ଜଣେ ଲେଖାଏଁ, ବାଲେଶ୍ବର, ବରଗଡ ଓ ବଲାଙ୍ଗୀରରୁ ୬ ଜଣ ​ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦୁଝରରୁ ୪ ଜଣ ଏବଂ ନୟାଗଡରୁ  ୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.