ଭୁବନେଶ୍ୱର,୮ ।୬(ଓଡ଼ିଆ ନ୍ୟୁଜ): ରାଜ୍ୟର ୧୮ଟି ଜିଲ୍ଲାରୁ ଆଜି ପୁଣି ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮୯ ଜଣ ଚିକିତ୍ସା ହେଉଥିବା ବେଳେ ୧୮୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ କେନ୍ଦରୁ ୧୨୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ସେହିପରି ଯାଜପୁର-୬, ଖୋର୍ଦ୍ଧା-୧୩, ରାୟଗଡା-୧, ମୟୂରଭଞ୍ଜ-୬, ନୟାଗଡ-୩, ଢେଙ୍କାନାଳ-୩, କଟକ-୧୫, କଳାହାଣ୍ଡି-୨, କେନ୍ଦୁଝର-୧୦, ଭଦ୍ରକ-୧୧, ସମ୍ବଲପୁର-୧, ବଲାଙ୍ଗୀର-୧, ନୂଆପଡା-୩, ପୁରୀ-୭, କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।




