banner
Breaking

ରାଜ୍ୟରେ ପୁଣି ୧୭୩ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୭୮୧ କୁ ବୃଦ୍ଧି।

0

ଭୁବନେଶ୍ୱର,୬।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୨୩ଜଣ ସ୍ଥାନୀୟ ଲୋକ ଅଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୬୪ଜଣ ଆକ୍ରାନ୍ତ ଅଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ଝାରସୁଗୁଡାରୁ ଜଣେ, ନୟାଗଡରୁ ୭, କଟକରୁ ୧୩, ମୟୁରଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ଦୁଇ, ଗଜପତିରୁ ୧୦, ବଲାଙ୍ଗୀରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ଜଣେ ଓ ନୂଆପଡାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧ଲକ୍ଷ ୭୨ ହଜାର ୬୨୧ଜଣଙ୍କ କରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୨୭୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୬୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୬୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.