banner
Breaking

ରାଜ୍ୟରେ ଆଜି ପୁଣି ୭୧୮ ପଜିଟିଭ ଚିହ୍ନଟ ଓ ୪ ମୃତ।

0

ଭୁବନେଶ୍ୱର,୧୭/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୭୧୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୧୧୦କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୪୭୯ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୩୯ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି।
୨୪ ଜିଲ୍ଲାରୁ ଚିହ୍ନଟ ୭୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳରୁ ୯ଜଣ, ବାଲେଶ୍ୱରରୁ ୯, ବରଗଡ଼ ୪, ଭଦ୍ରକ ୧୦, କଟକ ୩୨, ଢେଙ୍କାନାଳ ୬, ଗଜପତି ୨୧, ଜଗତସିଂହପୁର ୧୬, ଝାରସୁଗୁଡା ୨୪, କନ୍ଧମାଳ ୭, କେନ୍ଦ୍ରାପଡା ୪, କେନ୍ଦୁଝର ୨୮, ଖୋର୍ଦ୍ଧା ୧୫୦, କୋରାପୁଟ ୨୭, ମାଲକାଗିଗରି ୫୪, ମୟୁରଭଞ୍ଜ ୨୨, ନବରଙ୍ଗପୁର ଜଣେ, ନୟାଗଡ ୧୩, ପୁରୀ ୯, ରାୟଗଡା ୧୯, ସମ୍ବଲପୁର ୭, ସୋନପୁର ୫ ଓ ସୁନ୍ଦଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।
କରେନା ଆଜି ପୁଣି ୪ ମୁଣ୍ଡ ନେଇଛି । ମୃତକଙ୍କ ମଧ୍ୟରୁ ଦୁଇଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଅନୁଗୁଳ ଓ ଜଣେ ଗଜପତିରୁ ବୋଲି ଜଣାପଡିଛି । ମୃତକଙ୍କ ବୟସ ଯଥାକ୍ରମେ ୬୬,୫୭, ୫୬ ଓ ୬୦ ବର୍ଷିୟ ଆକ୍ରାନ୍ତ ଥିଲେ । ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୦ରେ ପହଁଚିଛି । ଖୋର୍ଦ୍ଧାରେ ମୃତ୍ୟୂ ସଂଖ୍ୟା ୧୩, କଟକରେ ୮, ପୁରୀରେ ଦୁଇ ଓ ଅନୁଗୁଳ ଦୁଇ, ଯାଜପୁର, ସୁନ୍ଦରଗଡ଼, ଗଜପତି ଦୁଇ, କେନ୍ଦ୍ରାପଡା, ଭଦ୍ରକ, ବରଗଡରୁ ଜଣେ ଲେଖାଏ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩ଲକ୍ଷ ୬୯ ହଜାର ୭୩୮ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨୪ଜଣ ଚିକିତ୍ସା ହେଉଥିବା ବେଳେ ୧୦,୮୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୯ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.