banner
Breaking

୫ଜଣଙ୍କ ଗ୍ରସ୍ତ ବିବରଣୀ। ହାଟରୁ, ବାଟରୁ ଆସିଲାଣି କରୋନା। ସତର୍କ ରୁହନ୍ତୁ

0

ଭୁବନେଶ୍ବର,୧୪/୪ (ଓଡ଼ିଆ ନ୍ୟୁଜ):  ରାଜଧାନୀରେ କରୋନା ଦିନକୁଦିନ ବ୍ୟାପିବାରେ ଲାଗିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି । ପୂର୍ବରୁ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କର ଅନ୍ୟ ରାଜ୍ୟ ବା ଦେଶ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସଂଯୋଗ ରହିଥିଲା। ସେମାନେ ବିଦେଶରୁ ବା ଅନ୍ୟ ରାଜ୍ୟରୁ ଆସିଥିଲେ କିମ୍ବା ଅନ୍ୟ ରାଜ୍ୟ ବା ବିଦେଶରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । କେତେକ ସ୍ଥାନରେ ପରିବାରର ଅନ୍ୟ ଲୋକମାନଙ୍କଠାରୁ ସେମାନଙ୍କୁ କରୋନା ସଂକ୍ରମିତ ହୋଇଥିଲା। ମାତ୍ର ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଯେଉଁ ତଥ୍ୟ ମିଳିଛି ସେଥିରେ ରାଜଧାନୀରେ ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ପରିବା ଓ ଗ୍ରୋସୋରୀ ଦୋକାନରୁ କରୋନା ଘରକୁ ଆଣିଛନ୍ତି ।

ସୂଚନା ଅନୁସାରେ ରାଜଧାନୀରେ ଚିହ୍ନିତ ଶେଷ ୪ ଜଣଙ୍କ ମଧ୍ୟରୁ ୩ ଜଣ ଗୋଟିଏ ଆପାର୍ଟମେଣ୍ଟରେ ରହନ୍ତି । ବମିଖାଲର ବେବିଲୋନ୍ ଆପାର୍ଟମେଣ୍ଟରେ ରହନ୍ତି । ନମ୍ବର ୫୭ ଜଣେ ୫୦ ବର୍ଷ ବୟସର ବ୍ୟକ୍ତି । ସେ ଆପାର୍ଟମେଣ୍ଟ ନିକଟସ୍ଥ ରିଲାଏନ୍ସ ଫ୍ରେସକୁ ପରିବା କିଣିବାକୁ ଯିବାବେଳେ ପୂର୍ବରୁ ସଂକ୍ରମିତ ଅନ୍ୟ ୪ ଜଣ ( ୭,୮,୨୨ ଓ ୩୯)ଙ୍କ ସହ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କଠାରୁ ସମ୍ପୃକ୍ତ ବ୍ୟକ୍ତି ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।ଅନ୍ୟପକ୍ଷରେ କରୋନା ସଂକ୍ରମିତ ନମ୍ବର ୬୦ ମଧ୍ୟ ଜଣେ ୫୧ ବର୍ଷୀୟ ପୁରୁଷ। ସେ ଝାରପଡ଼ା ନିକଟସ୍ଥ ନିଳାଦ୍ରୀନଗର ବାସିନ୍ଦା ।   ସେ ରସୁଲଗଡସ୍ଥିତ କେସୁରା ବଜାରକୁ ଗ୍ରସରୀ କିଣିବାକୁ ଯାଇଥିବା ସମୟରେ ୪୨ ତମ କୋଭିଡ-୧୯ଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କଠାରୁ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ତେବେ ସଂକ୍ରମିତ ନମ୍ବର ୫୮ ଓ ୫୯ ବେବିଲୋନ ଆପାର୍ଟମେଣ୍ଟର ବାସିନ୍ଦା । ସଂକ୍ରମିତ ପଡ଼ୋଶୀଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଛନ୍ତି । ୫୮ ନମ୍ବର ଜଣେ  ମହିଳା (୫୧ବର୍ଷ) ଓ  ୫୯ନମ୍ବର ବ୍ୟକ୍ତି ୭୫ ବର୍ଷୀୟ ବୃଦ୍ଧ । ସମସ୍ତଙ୍କୁ କୋବିଦ-୧୯ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେହିପରି ୫୬ ନମ୍ବର ଆକ୍ରାନ୍ତ ଜଣକ ଯାଜପୁର ଜିଲା ସାନତ୍ରିଲୋଚନପୁର ଅଞ୍ଚଳ ବାସିନ୍ଦା । ମାର୍ଚ ୨୮-୨୯ ତାରିଖରେ କଲକତାରୁ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ିରେ ଆସିଥିଲେ। ତାଙ୍କ ସହ ଆଉ ୧୮ ଜଣ ଥିଲେ । ୭ ଜଣ ଭଦ୍ରକ ଓ ୧୦ ଜଣ ପାଣିକୋଇଲିଠାରେ ଓହ୍ଲାଇଥିଲେ । ଏହାବ୍ୟତୀତ ଚିହ୍ନଟ ହୋଇଥିବା ଅବଶିଷ୍ଟ ୪ ଜଣ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ।

Khansweb Solution Bhubaneswar

Leave A Reply

Your email address will not be published.