banner
Breaking

କରୋନାରେ ପ୍ରଭାବିତ ହେବେ ଭାରତର ୪୦ କୋଟି।

0

ଜେନେଭା : କରୋନା ଯୋଗୁଁ ଭାରତ ଗୁରୁତର ପ୍ରଭାବିତ ହେବ । ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ବିତୀୟ ତ୍ରୟମାସିକରେ ଏହି ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ଗୁରୁତର କ୍ଷତିଗ୍ରସ୍ତ ହେବେ । କେବଳ ଭାରତରେ ପ୍ରାୟ ୪୦ କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହେବେ ବୋଲି ଆକଳନ କରିଛନ୍ତି ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମହାନିର୍ଦେଶକ ଜି.ରାଇଡ଼ର ।
ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ ‘କୋବିଦ-୧୯ ଏଣ୍ଡ ଦି ୱାର୍ରଲ୍ଡ଼ ଅଫ୍ ୱାର୍କ‘ ରିପୋର୍ଟରେ କୋରନା ମହାମାରୀକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠାରୁ ବଡ଼ ବୈଶ୍ବିକ ସମସ୍ୟା ଭାବରେ ଅଭିହିତ କହିଛି । କରୋନା ଯୋଗୁଁ ଉଭୟ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକ ପ୍ରଭାବିତ ହୋଇଛନ୍ତି ଏବଂ ଏହି ଦେଶର ଶ୍ରମିକ ଓ ବ୍ୟବସାୟୀମାନେ ଗୁରତର ସମୟର ସମ୍ମୁଖୀନ ହୋଇଛନ୍ତି । ତେଣୁ ସବୁ ଦେଶ ମିଳିତ ଭାବରେ ତୁରନ୍ତ ଏକ ନିଶ୍ଚିତ ପଥରେ ଅଗ୍ରଗତି କରିବାର ଆବଶ୍ୟକତା ରହିଛି । ଜୀଇବା ଓ ମରିବା ମଧ୍ୟରେ କେବଳ ଗୋଟିଏ ସଠିକ୍ ନିଷ୍ପତ୍ତି ନିର୍ଣ୍ଣାୟକ ହୋଇପାରିବ ବୋଲି ଜି. ରାଇଡ଼ର କହିଛନ୍ତି ।
ସାରା ବିଶ୍ବରେ ୨୦୦ କୋଟି ଲୋକ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କରୋନା ପ୍ରଭାବ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ପ୍ରଭାବିତ କରି ସାରିଛି । ଭାରତ ଓ ବ୍ରାଜିଲ୍ ପରି ଦେଶରେ ଲକ୍ଡ଼ାଇନ୍ ଦେଶର ଅର୍ଥନୀତି ସହ ଏହି ଶ୍ରମିକମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛି । କେବଳ ଭାରତରେ ୯୦% ଲୋକ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ ଦେଶର ଅର୍ଥନୀତି ବିକାଶରେ ସେମାନଙ୍କର ମଧ୍ୟ ଯୋଗଦାନ ରହିଛି । ଲକ୍ଡ଼ାଉନ୍ ଯୋଗୁଁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଗ୍ରାମାଞ୍ଚଳକୁ ଫେରିଯିବାକୁ ବାଧ୍ୟ କରିଛି ।
ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସାମୁଦାୟ ପାଇଁ ଏହି ସମୟ ଏକ ପରୀକ୍ଷା ପରି । ଗତ ୭୫ ବର୍ଷ ମଧ୍ୟରେ କେବେ ବି ସାରା ବିଶ୍ବ ଏପରି ଅବସ୍ଥା ଦେଖି ନ ଥିଲା । ଯଦି ଗୋଟିଏ ଦେଶ ଏହି ସମସ୍ୟା ମୁକାବିଲା କରିବାରେ ବିଫଳ ହେବ ତେବେ ସମସ୍ତେ ଏଥିରେ ବିଫଳ ହେବେ । ଆରବ ଦେଶଗୁଡ଼ିକରେ ପ୍ରାୟ ଅଧକୋଟି ପୂର୍ଣ୍ଣକାଳୀନ କର୍ମଚାରୀ, ୟୁରୋପ୍ରେ ୧.୨ କୋଟି, ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଦେଶରେ ୧୨.୫ କୋଟି ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ପାଇଁ କରୋନା ଘାତକ ହୋଇପାରେ । ସେହିପରି ୨୦୦୮-୦୯ ବୈଶ୍ବିକ ଆର୍ଥନୀତିକ ସମସ୍ୟା ପରେ ସୃଷ୍ଟ ନିଯୁକ୍ତି ସଂକୋଚନକୁ ମଧ୍ୟ ଏହା ଅତିକ୍ରମ କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.