banner
Breaking

ବାହାର ରାଜ୍ୟରୁ ଆସିଥିବା ୯୮୨ ଜଣଙ୍କ ମଧ୍ୟରୁ ,,୪ ପଜିଟିଭ

0

ଭୁବନେଶ୍ବର,୮।୧୨(ବ୍ୟୁରୋ):କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢାଉଛି। ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆଫ୍ରିକୀୟ ଦେଶରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ନମୁନା ଜିନମ ସିକ୍ବେନ୍‌ସିଂ ପାଇଁ ପଠାଯାଇଛି ।

ତେବେ ଏ ନେଇ ଭୟଭୀତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ନ ହେବାକୁ ସେ କହିଛନ୍ତି। ସ୍ବାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସିଂ କରିବା କାମରେ ଲାଗିଛନ୍ତି । ଯଦି ତୃତୀୟ ଲହର ଆସେ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.