banner
Breaking

ରାଜ୍ୟରେ ଆଜି ସର୍ବାଧିକ ୧୨,୫୨୩ ପଜିଟିଭ ଚିହ୍ନଟ ଓ ୨୭ ମୃତ।

0

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତ ଦିନକୁ ଦିନ ଅଣାୟତ ହେଉଛି। ଆଜି ରାଜ୍ୟରେ ପୁଣି ୧୨,୫୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୭୦୧୨ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୫୫୧୧ ଟି ହେଉଛି ଲୋକାଲ କେସ।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୪୨ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୧୦୮୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲାରୁ ୯୩୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୧୫ ଜଣ, ସମ୍ବଲପୁର ୪୦୦, ମୟୂରଭଞ୍ଜରୁ ୫୪୬, ବରଗଡ଼ରୁ ୩୧୫, ଝାରସୁଗୁଡ଼ାରୁ ୩୭୩, ନୟାଗଡ଼ ୩୧୫, ପୁରୀରୁ ୫୬୮, ନୂଆପଡ଼ାରୁ ୧୨୯ ଜଣ, ଯାଜପୁରରୁ ୪୧୯, ଜଗତସିଂହପୁରରୁ ୩୨୫, କଳାହାଣ୍ଡିରୁ ୪୯୧, ଗଞ୍ଜାମରୁ ୩୬୯, ବୌଦ୍ଧରୁ ୩୬୫, ଢେଙ୍କାନାଳରୁ ୧୩୨, ଭଦ୍ରକରୁ ୧୭୭, ବଲାଙ୍ଗୀରରୁ ୨୯୬, ସୁବର୍ଣ୍ଣପୁରରୁ ୨୦୨, କେନ୍ଦ୍ରାପଡା ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩, ରାୟଗଡା ୩୨୧, ଦେବଗଡ ୧୦୬, ଗଜପତିରୁ ୫୩, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୭୩ ଜଣ ଓ  ଷ୍ଟେଟ ପୁଲ୍‌ରୁ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୯ ହଜାର ୪୩୮ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୫୬ ହଜାର ୫୦୧ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୩୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ। ଖୋର୍ଦ୍ଧା ଏବଂ କୋରାପୁଟ ଜିଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବା ବେଳେ ନୂଆପଡ଼ା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଳାହାଣ୍ଡିରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ ଏବଂ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.