banner
Breaking

ରାଜ୍ୟରେ ପୁଣି ୨୧୮ କରୋନା ପଜିଟିଭ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୬୧୮୦ କୁ ବୃଦ୍ଧି।

0

ଭୁବନେଶ୍ବର,୨୬/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସ୍ଥାନୀୟ ଲୋକ ହୋଇଥିବା ଜଣାପଡିଛି।
ଆଜି ୨୧ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯, ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦, ମୟୁରଭଞ୍ଜରୁ ୯, ବାଲେଶ୍ୱରରୁ ୭, କେନ୍ଦ୍ରାପଡ଼ାରୁ ୬, କଟକରୁ ୫, ଝାରସୁଗୁଡ଼ାରୁ ୪, ନୂଆପଡ଼ାରୁ ୨, କେନ୍ଦୁଝରରୁ ୨, ସମ୍ବଲପୁରରୁ ୨, ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭ଜଣ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ମୋଟ୍ ୪୨୯୧ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୬୫ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.