banner
Breaking

ରାଜ୍ୟରେ ପୁଣି ୧୩୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୩୮୬ କୁ ବୃଦ୍ଧି।

ଆଜି ଭୁବନେଶ୍ୱରରେ ଜଣେ ମୃତ

0

ଭୁବନେଶ୍ବର,୧୧/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ବୁଧବାର ପୁଣି ୧୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ୧୪ଟି ଜିଲାରୁ ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୧୭ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରୁ ୧୫, ମୟୁରଭଞ୍ଜରୁ ୯, କେନ୍ଦୁଝରରୁ ୮, କଟକ ଓ ଗଜପତିରୁ ୭ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪, ଢେଙ୍କାନାଳ, ଗଂଜାମ ଓ ପୁରୀରୁ ୩ଜଣ ଲେଖାଏଁ, ନୂଆପଡ଼ାରୁ ଓ କଳାହାଣ୍ଡିରୁ ୨ଜଣ ଲେଖାଏଁ, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଏବଂ ଓଡ୍ରାଫ/ଏନଡ଼ିଆରଏଫ/ ଅଗ୍ନିଶମ ବିଭାଗର ୫୪ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ପଶ୍ଚିମବଙ୍ଗରେ ଅମ୍ପନ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡିଶାରୁ ଯାଇଥିବା ଆଉ ୫୪ ଜଣ ଓଡ୍ରାଫ/ଏନଡ଼ିଆରଏଫ/ ଅଗ୍ନିଶମ ଅଧିକାରୀ ଆଜି କରୋନା ପଜିଟିଭ ଚିହ୍ନଟ ହେଵା ପରେ ମୋଟ ଓଡ୍ରାଫ/ଏନଡ଼ିଆରଏଫ/ ଅଗ୍ନିଶମ ଅଧିକାରୀ କରୋନା ପଜିଟିଭ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଭୁବନେଶ୍ୱରର ୩୮ ବର୍ଷୀୟ ମହିଳା ଓ ସେ ସୋରିଆସୀସ ରୋଗରେ ପୀଡିତ ଥିଲେ। ବର୍ତ୍ତମାନ ରାଜ୍ୟରେ ୧୦୯୨ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୨୨୮୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା କରୋନାରେ ୯ ଓ କରୋନା ବ୍ୟତୀତ ଅନ୍ୟ ରୋଗରେ ୩ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

Khansweb Solution Bhubaneswar

Leave A Reply

Your email address will not be published.