banner
Breaking

ରାଜ୍ୟରେ ପୁଣି ୧୪୧ ପଜିଟିଭ୍ ଚିହ୍ନଟ। ସେଥିରୁ ୩୧ ସ୍ଥାନୀୟ ଲୋକ।

0

ଭୁବନେଶ୍ୱର,୨।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୪୫କୁ ବୃଦ୍ଧି ପାଇଛି । ୧୪୧ ପଜିଟିଭ ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳ ବୋଲି ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ୩୧ ଜଣ ସ୍ଥାନୀୟ ଲୋକ ସ°କ୍ରମିତ ହେବା ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ାରୁ ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୪, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୮, ନୂଆପଡ଼ାରୁ ୧୯, ଗଜପତିରୁ ୪, କେନ୍ଦୁଝରରୁ ୪, ମୟୁରଭଞ୍ଜରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨, ସମ୍ବଲପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଚିହ୍ନଟ ୨୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୪୫ ଜଣ ସୁସ୍ଥ ହୋଇଛନ୍ତି । ଆଉ ୯୯୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.