banner
Breaking

ରାଜ୍ୟରେ ପୁଣି ପଜିଟିଭ୍।

0

ଭୁବନେଶ୍ଵର,୯/୫ : କରୋନା କାୟାରେ କବଳିତ ଓଡ଼ିଶା । ଦିନକୁ ଦିନ ରାଜ୍ୟରେ କରୋନାର କାୟା ଅଧିକ ମାତ୍ରାରେ ବିସ୍ତାରିତ ହେବାରେ ଳାଗିଛି। ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ହୁ-ହୁ ହୋଇ ବଢିବାରେ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ପୁଣି ଗୋଟିଏ ଦିନରେ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୨୪ ଜଣ ବିଭିନ୍ନ ଡାକ୍ତରକାନାରେ ଚିକିତ୍ସିତ ହେଉଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ଘଟିଛି।  ଏହା ସହ ୧୯ଟି ଜିଲ୍ଲାକୁ କରୋନା ପ୍ରଭାବ ବୃଦ୍ଧି ପାଇଛି ।

ଶନିବାର ସକାଳେ ରାଜ୍ୟରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଅପରାହ୍ନରେ ଆଉ ୭ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଆଉ ୬ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏବଂ ପ୍ରଥମ ଥର ପାଇଁ ନୟାଗଡରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ,ସେ ନିକଟରେ ସୁରତରୁ ଫେରିଛନ୍ତି ।

ତେବେ ଆଜି ସକାଳେ ଚିହ୍ନଟ ହୋଇଥିବା ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ସୁରତ ଫେରନ୍ତା । ସୁରତରୁ ଫେରିଥିବା ୧୬ଜଣ ଯାକ ପୁରୁଷ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି । ସେହି ଅନୁସାରେ ଆଜି ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଭିତରୁ ୧୬ଜଣ ସୁରତ ଫେରନ୍ତା ଥିବା ବେଳେ ଜଣେ ରାଉରକେଲାର କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଗଞ୍ଜାମ ଜିଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲାରୁ ଗୋଟିଏ ଏବଂ ମୟୂରଭଞ୍ଜରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.